ପୋଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର, ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍
22/06/2019 at 10:11 AM

ବ୍ରହ୍ମପୁର ୨୨|୬: ବ୍ରହ୍ମପୁର ଅନନ୍ତ ନଗରରେ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ସୁନା ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଅନନ୍ତ ନଗରରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି । ଘରର କବାଟ ଭାଙ୍ଗି ପାଖାପାଖି ୮ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ କର୍ମଚାରୀଙ୍କ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ଲୁଟେରାମାନଙ୍କର କୌଣସି ପତ୍ତାମିଳିନାହିଁ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021