ରାୟଗଡା ମାଣିକେଶ୍ବରୀ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରୀ

Published By : Prameya-News7 Bureau | January 18, 2019 IST

ରାୟଗଡା ୧୮|୧: ରାୟଗଡା ଚାନ୍ଦିଲି ଖେଦାପଡା ଗାଁ ମାଣିକେଶ୍ବରୀ ମନ୍ଦିରରୁ ଚୋରୀ ହୋଇଛି । ଗତକାଲି ରାତିରେ ଗାଁର ଇଷ୍ଟଦେବୀ ମା ମାଣିକେଶ୍ବରୀ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ଏହାସହ ଦୁର୍ବୃତ୍ତମାନେ ଅଳଙ୍କାର ଏବଂ ହୁଣ୍ଡିରୁ ଟଙ୍କା ଲୁଟ୍ ନେଇଥିବା ଅଭିଯୋଗ ହୋଇଛି । ହଜାର ବର୍ଷର ଏହି ପୁରାତନ ମନ୍ଦିରକୁ ପଡୋଶୀ କାଶୀପୁର ଓ କଳାହାଣ୍ଡିର ବହୁ ଭକ୍ତ ଆସିଥାନ୍ତି । ବିଶ୍ବାସ ରହିଛି ଯେ ଏହି ମନ୍ଦିରରେ ପୂଜା କରିଲେ ମନସ୍କାମନା ପୂରଣ ହୁଏ । ଏହି ଚୋରି ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଚାନ୍ଦିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ପାଇଁ ପହଞ୍ଚି ଛାନଭିନ୍ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.