Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋରରେ ସିରିଜ୍ ଲୁଟ୍, ଏଟିଏମ୍ ସହ ଦୁଇ ଜଣଙ୍କ ଘରୁ ଲୁଟ୍ କଲେ ଦୁର୍ବୃତ୍ତ

ସୋର ୧୬|୪: ସୋରରେ ସିରିଜ୍ ଲୁଟ୍ ହୋଇଛି । ଗତକାଲି ରାତିରେ ଲୁଟେରାମାନେ ଗୋଟିଏ ଏଟିଏମ୍ ମେସିନ୍ ତାଡି ନେଇଥିବା ବେଳେ ଦୁଇଟି ଘରୁ ବି ଲୁଟ୍ କରିଛନ୍ତି । କଲେଜ ଛକ ସ୍ଥିତ ଫେଡେରାଲ୍ ବ୍ୟାଙ୍କ ଏଠିଏମ୍ କାଉଣ୍ଟରର ଏଟିଏମ୍ ମେସିନକୁ ଲୁଟି ନେଇଛନ୍ତି ଲୁଟେରା । ଏହି ମେସିନରେ ଗତକାଲି ୧୩ ଲକ୍ଷ ଟଙ୍କା ଲୋଡ୍ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଲିଛି । କିନ୍ତୁ ଲୁଟ୍ ବେଳେ କେତେ ଟଙ୍କା ଥିଲା ତାହା ଜଣାପଡିନି ।

ସେହପରି ଗତ ରାତିରେ ସୋର ଥାନା ଦହିସଡା ଗାଁର ଦୁଇ ଜଣଙ୍କ ଘରୁ ବି ଲୁଟ୍ ହୋଇଛି । ଦୁଇ ପରିବାର ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଲୁଟେରାମାନେ ତାଙ୍କ ଘରର କବାଟ ତାଡି ୬ ଲକ୍ଷ ଟଙ୍କାର ଗହଣା ସହ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ପୋଲିସ ଦୁଇଟି ଘଟଣାର ତଦନ୍ତ କରୁଛି । କିନ୍ତୁ ଏଯାଏଁ ଲୁଟେରାଙ୍କ ପତ୍ତା ମିଳିନି ।

134 Views

   ସମ୍ବନ୍ଧିତ ଖବର