ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Prameya-News7 Bureau | May 30, 2019 IST

ସାନଖେମୁଣ୍ଡି ୩୦|୫:  ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଡେଙ୍ଗାଡି ପଂଚାୟତ ପଥରପୁଞ୍ଜି ଗାଁରେ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଡାକ୍ତର ବାହାନ ଦାସଙ୍କ ଘରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ବାରିପଟର ଦୁଇ କବାଟ ଭାଙ୍ଗି ଘରେ ପଶିଥିଲେ ଦୁର୍ବୃତ୍ତ । ସୁନା ଅଳଙ୍କାର, ରୂପା ଓ ନଗଦ ଟଙ୍କା ଲୁଟ୍ କରିଛନ୍ତି । ଏହାସହ ଗାଁର ଆଉ ୩ ଜଣଙ୍କ ଘରୁ ଲୁଟ୍ ଉଦ୍ୟମ ମଧ୍ୟ କରିଛନ୍ତି ।

ବାହାନ ଦାସଙ୍କ ଘର ଗାଁର ଶେଷକୁ ଥିବା ବେଳେ ଦୁର୍ବୃତ୍ତ ମାନେ ମଧ୍ୟ ରାତ୍ରିରେ ବାରିପଟର ଦୁଇ କବାଟ ଭାଙ୍ଗି ଘରେ ପସି । ଘର ପେଢି ଆଲମିରା ଭାଙ୍ଗି ଲୁଟିନେଇଛନ୍ତି । ସୁନା ଅଳଙ୍କାର ୨୦ ଗ୍ରାମ, ରୂପା ପାଉଁଜି ୨ ହଳ ଟଙ୍କା ୪୫୦୦ ନେବା ସହ ୩ଟି ଘରେ ଚୋରି ପାଇଁ ଉଦ୍ୟମ କରିଛନ୍ତି । ବାହାନ ଆଡପଡାରେ ଡାକ୍ତର ଥିବାବେଳେ ସେ ମେଡିକାଲରେ ଡ୍ୟୁଟି ଦେଉଥିଲେ । କିଛିଦିନ ପୂର୍ବରୁ ନିକଟସ୍ଥ ଗାଁରେ ଚୋରି ହୋଇଥିଲା । ଆଜି ବିଳମ୍ବିତ ରାତ୍ରିରେ ଘଟିଛି ଅଘଟଣ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଗରମ ଦିନ ହେତୁ ସାଧାରଣ ଲୋକ ଛାତ ଉପରେ ଶୋଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳୁଛି । ଘଟଣାସ୍ଥଳରେ ପୋଲିସ ଏବେ ପର୍ଯ୍ୟନ୍ତ ପହଂଚି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.