ରୋଗୀ କହି ପଶିଲେ, ଡାକ୍ତରଙ୍କ ଘରେ କଳା କନା ବୁଲାଇଲେ

Published By : Prameya-News7 Bureau | January 12, 2019 IST

ନବରଙ୍ଗପୁର ୧୨|୧: ରୋଗୀ କହି ପଶିଲେ, ଡାକ୍ତରଙ୍କ ଘରେ କଳା କନା ବୁଲାଇଲେ । ନବରଙ୍ଗପୁର ଇନ୍ଦ୍ରାବତୀରେ ରହୁଥିବା ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରେ ଡକାୟତି । ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ରୋଗୀ କହି ଘର ଭିତରକୁ ପଶିଥିଲେ । ଆଉ ତାପରେ ବନ୍ଧୁକ ଓ ଛୁରୀ ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ । ନଗଦ ୪୦ ହଜାର ଟଙ୍କା, ୫ ତୋଳା ସୁନା ସହ ୪ଟି ମୋବାଇଲ ଲୁଟି ନେଇଥିବା ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜ ଇନ୍ଦ୍ରାବତୀ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.