ଗୋରୁ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 27, 2018 IST

ଭଞ୍ଜନଗର ୨୭|୧୨: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଗୋରୁ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ ମାଡ ମାରି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋରୁ ବ୍ୟବସାୟୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଗୋରୁ ବ୍ୟବସାୟୀ ଜଣଙ୍କ ବୁଗୁଡାରୁ ନୟାଗଡ ଯାଉଥିଲେ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କରସିଂ ଛକ ନିକଟରୁ ତାଙ୍କଠାରୁ ଲୁଟ୍ ହୋଇଛି । ଗୋଟିଏ ବାଇକରେ ଟଙ୍କା ୩ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇବା ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ସେ ନେଇ ଯାଉଥିବା ୧୦ଲକ୍ଷ ଟଙ୍କା ତାଙ୍କଠାରୁ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋରୁ ବ୍ୟବସାୟୀ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.