ଦିନ ଦ୍ବିପ୍ରହରରେ କାର୍ର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା
24/12/2018 at 4:57 PM

ଝାରସୁଗୁଡା ୨୪|୧୨ : ଦିନ ଦ୍ବିପ୍ରହରରେ ସର୍ବସମ୍ମୁଖରେ କାର୍ ର କାଚ ଭାଙ୍ଗି ଲୁଟେରା ଲୁଟି ନେଲେ ୩ ଲକ୍ଷ ଟଙ୍କା। ଝାରସୁଗୁଡା ଜିଲ୍ଲାପାଳ ଅଫିସ ପରିସରରେ ଲାଇକେରା ଅଂଚଳର ଜଣେ ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ଷ୍ଟେଟବ୍ୟାଙ୍କ ରୁ ୩ଲକ୍ଷ ଟଙ୍କା ଉଠାଇ ନିଜ କାର୍ ର ଆଗ ସିଟରେ ଏକ ପଲିଥିନରେ ରଖି ତହସିଲଦାର ଅଫିସକୁ କିଛି କାର୍ଯ୍ୟ ପାଇଁ ଯାଇଥିଲେ। ମାତ୍ର ୨ରୁ୩ ମିନିଟ୍ ମଧ୍ୟରେ ସେ ଫେରିବା ପରେ କାଚ ଭାଂଗି ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜାଣିଥିଲେ।

ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏକ ନମ୍ବରବିହୀନ ପଲସରରେ ଆସି ବନ୍ଧୁକରେ କାଚ ଭାଙ୍ଗି ଟଙ୍କା ଲୁଟି ନେଇଥିବା ସେଠାରେ ଉପସ୍ଥିତ ଥିବା ଲୋକ କହୁଥିବା । ହେଲେ କେହି ତାଙ୍କୁ ଅଟକାଇ ନଥିବାରୁ ଲୁଟେରା ଫେରାର ହୋଇ ଯାଇଥିଲା। ଖବରପାଇ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Related Posts
ଅବକାରୀ ଚଢ଼ାଉ, ଚୋରା ଦେଶୀ ମଦ ସହିତ ମହିଳା ଗିରଫ
4 March 2021