ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ

Published By : Prameya-News7 Bureau | January 29, 2019 IST

ସୁବର୍ଣ୍ଣପୁର ୨୯|୧:  ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖ ଏଟିଏମ ଗତକାଲି ରାତିରେ ଲୁଟ୍ ହୋଇଛି  । କ୍ୟାସ୍ ବକ୍ସକୁ ଭାଙ୍ଗି ଦେଇଛନ୍ତି ଲୁଟେରା  । ଟଂକା ଲୁଟ୍ ପାଇଁ ଜନ ଗହଳି ନ ଥିବା ଏହି ରାସ୍ତାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ଶାଖାକୁ ଦୁର୍ବୁତ୍ତ ମାନେ ବାଛିଥିଲେ  । ଦୁର୍ବୁତ୍ତମାନେ ଟଂକା କାଢିବା ପାଇଁ ଏଟିଏମର ବିଭିନ୍ନ ଯନ୍ତ୍ରାଂଶ ଭାଂଗି ଦେଇଥିବା ବେଳେ ଗୋଟିଏ ପାର୍ଶ୍ବରୁ କ୍ୟାସ୍ ବକ୍ସକୁ ବି ଆଂଶିକ ଭାବେ ଭାଂଗି ଦେଇଛନ୍ତି  । ଟାଉନ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି  । ଏବେ ଏଟିଏମର ମୁଖ୍ୟ ସଟରକୁ ବନ୍ଦ କରି ଦେଇଥିବା ବେଳେ ଦୁର୍ବୁତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଆସି ତଦନ୍ତ କରିବ। ଏଟିଏମରୁ କେତେ ପରିମାଣରେ ଟଂକା ଲୁଟ ହୋଇଛି ତାହା ଏଯାଏଁ ଜଣା ପଡିନାହିଁ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.