ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 07, 2018 IST

ବାଲେଶ୍ବର ୦୭|୧୨: ଏଏଟିଏମ ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଂଚଳରେ ଥିବା ଆକ୍ସିସ ଏଟିଏମ୍ ରେ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ଲୁଟେରାମାନେ ଏଟିଏମ୍ ମେସିନକୁ ଗ୍ୟାସ କଟର ସାହାଯ୍ୟରେ କାଟି ତାଡି ଦେଇଥିବାବେଳେ ଏଟିଏମ୍ ଭିତରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ତେବେ ଅଂଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.