Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ମହିଳାଙ୍କୁ ଇଟାରେ ଆକ୍ରମଣ କରି ସୁନା ଲୁଟ୍ କଲେ ଦୁର୍ବୃତ୍ତ

2/06/2019 at 1:17 PM

ରାଉରକେଲା ୨|୬: ରାଉରକେଲା ଉଦିତନଗର ଥାନା ଓରାମପଡାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୬୫ ବର୍ଷୀୟ ମାମି ଦାସ ନାମକ ବିଧବା ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଆଇଜିଏଚ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ୧୨ ସମୟରେ ଓରାମପଡାରୁ ବଜାର ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ମହିଳା ପିନ୍ଧିଥିବା ସୁନା ଅଳଙ୍କାରକୁ ଲୁଟ୍ କରିବାକୁ ଯାଇ ପ୍ରଥମେ ମହିଳାଙ୍କ ବେକକୁ ଏକ ରସିରେ ଟାଣିଥିଲେ । ଫଳରେ ମହିଳା ତଳେ ପଡିଯିବାରୁ ତାଙ୍କ ମୁଣ୍ଡକୁ ଇଟାରେ ଆକ୍ରମଣ କରି ମହିଳା ପିନ୍ଧିଥିବା ସୁନାର ଅଳଙ୍କାର ଲୁଟ୍ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଗୁରୁତର ମହିଳାଙ୍କୁ ଆଇଜିଏଚ୍ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଉଦିତନଗର ପୋଲିସ ଛାନଭିନ ଆରମ୍ଭ କରିଛି ।

   Related Posts