ଗାଡି ଡିକି ଭାଙ୍ଗି ୩ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଟଙ୍କା

Published By : Prameya-News7 Bureau | June 06, 2019 IST

ଯାଜପୁର ୬|୬: ଗାଡ଼ି ଡିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ଥାନା ସମ୍ମୁଖରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":120235}

ସୂଚନାଯୋଗ୍ୟ ଯେ, ଯାଜପୁର ନିକଟସ୍ଥ ବୃନ୍ଦାବନପୁର ଗ୍ରାମର ରବିନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଗାଡ଼ିର ଡିକିରେ ରଖିଥିଲେ । ଯାଜପୁର ଟାଉନ ଥାନା ସମ୍ମୁଖରେ ଥିବା ଏକ ଦେକାନକୁ କୌଣସି କାର୍ଯ୍ୟରେ ଯାଇଥିଲେ  । କାର୍ଯ୍ୟ ସାରି ଫୋରି ଦେଖନ୍ତି ତ ତାଙ୍କ ଗାଡ଼ିର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି ।

{"id":120234}

ଏହି ଘଟଣାକୁ ନେଇ ରବିନାରାୟଣ ନିକଟସ୍ଥ ଯାଜପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରୁଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.