Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା

14/05/2019 at 8:25 AM

ନୟାଗଡ ୧୪|୫: ନୟାଗଡରେ ଚାଞ୍ଚଲ୍ୟ । ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ହେଲେ କୋରଡା ଗାଁର ଜିତୁ ସାହୁ । ନୂଆଗାଁ କଲେଜ ନିକଟରେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଗୋଟିଏ ପଥର ଜବତ କରିଛି ପୋଲିସ ।

   Related Posts