Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଯୁବକଙ୍କୁ ହତ୍ୟା କରି ଗାଁମୁଣ୍ଡ ରାସ୍ତା ଉପରେ ପିଙ୍ଗିଦେଲେ ଦୁର୍ବୃତ୍ତ

9/10/2019 at 1:15 PM

ମୋରଡା ୯|୧୦: ଜଣେ ଯୁବକଙ୍କୁ ହତ୍ୟା ପରେ ଗାଁମୁଣ୍ଡ ରାସ୍ତା ଉପରେ ପିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗାଁର ଦିଲ୍ଲୀପ କୁମାର ମହାନ୍ତ।

ମୃତ ଦିଲ୍ଲୀପ ଗତ ଦୁଇବର୍ଷ ହେବ ନିଜ ଶ୍ବଶୁର ଘର ବୈଶିଙ୍ଗା ଥାନା ଗଡଗଡ଼ିଆରେ ରହୁଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଗାଁମୁଣ୍ଡରେ ମୃତଦେହକୁ ଫିଙ୍ଗି ଦେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ହାତରେ ମୋବାଇଲ ଲାଇଟ ଜଳୁଥିବାବେଳେ ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଛି ।

ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଖବର ପାଇ ମୋରଡ଼ା ପୋଲିସ ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡ଼ିକାଲ କଲେଜକୁ ପଠାଇଛନ୍ତି।

   Related Posts