ମହିଳାଙ୍କୁ ଗୁଳିକରି ହତ୍ୟା, ଅଭିଯୁକ୍ତ ଫେରାର

Published By : Prameya-News7 Bureau | November 27, 2019 IST

ଝାରସୁଗୁଡା ୨୭।୧୧: ଝାରସୁଗୁଡା ସାରସମାଲରେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ କନକଲତା ରୋହିଦାସ । ଗତକାଲି ବିଳମ୍ବିତ ରାତିରେ ଘରୁ ବାହାରକୁ ଆସିଥିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ଝାରସୁଗୁଡା ପୋଲିସ ।

{"id":190506,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତରାତି ପ୍ରାୟ ଅଢେଇଟା ସମୟରେ କନକଲତା ରୋହିଦାସ ନାମକ ଜଣେ ମହିଳା ଘରୁ ବାହାରକୁ ଆସିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଛାତିରେ ଗୁଳି ମାଡ କରି ଫେରାର ହୋଇଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

{"id":190507,"sizeSlug":"large"}

ଆଜି ସକାଳୁ ପରିବାରଲୋକ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇବା ପରେ ଝାରସୁଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ହତ୍ୟାର କାରଣ ଜଣା ପଡ଼ିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.