ଶୋଇଥିବା ବେଳେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | June 11, 2019 IST

ସମ୍ବଲପୁର ୧୧|୬: ଘର ବାହାରେ ଶୋଇଥିବା ବେଳେ ମୁଣ୍ଡ କାଟି ନେଇ ଗଲେ ଦୁର୍ବୃତ୍ତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଭାଲୁପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟନାରାୟଣ ମୁଣ୍ଡା । ପୋଲିସର ତଦନ୍ତ ଜାରି ।

{"id":121903}

ସୂଚନା ଅନୁସାରେ ସତ୍ୟନାରାୟଣ ଘର ବାହାରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୃତ୍ତ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.