ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାରଣାସ୍ତ୍ର ଭୁସି ଯୁବକଙ୍କୁ ହତ୍ୟା
2/11/2019 at 9:58 AM

ପାଲଲହଡା ୨।୧୧: ଅନୁଗୋଳ ପାଲଲହଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ପାଲଲହଡା ଉଦିତ ନଗର ସାହିର ନରେନ୍ଦ୍ର କୁମାର ବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ଅନୁଗୋଳ ଜିଲ୍ଲା ପାଲଲହଡା ଟାଉନ ସ୍ଥିତ ଇଲେକ୍ଟ୍ରି ଅଫିସ ନିକଟରେ ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରିନାହିଁ ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ଚଣ୍ଡିଖୋଲରେ ନିରାଡ଼ମ୍ବରରେ ରାମ ନବମୀ ପାଳନ
21 April 2021