ଗଣମାଧ୍ୟମ କର୍ମଚାରୀଙ୍କୁ ନିର୍ମମ ହତ୍ୟା ; ଅଭିଯୋଗରେ ୩ଜଣଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | January 29, 2019 IST

ବଲାଙ୍ଗିର ୨୯|୧:  ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା । ବଲାଙ୍ଗିରରେ ଦୈନିକ ଖବରକାଗଜ ସର୍କୁଲେସନ ମ୍ୟାନେଜରଙ୍କୁ ନିର୍ମମ ହତ୍ୟା । ମୃତକ ହେଲେ ଜଗତସିଂହପୁରର ପ୍ରତାପ ମହାପାତ୍ର । ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଟାଉନ ଥାନା ମହାଲକ୍ଷ୍ମୀ ନଗର ପୋଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ୪ ମାସ ହେଲା ବଲାଙ୍ଗିରରେ କାମ କରୁଥିଲେ ।

{"id":79295,"align":"center","width":391,"height":521}

ବିଳମ୍ବିତ ରାତିରେ ବସଷ୍ଟାଣ୍ଡରୁ ରୁମକୁ ଫେରୁଥିବା ବେଳେ ହତ୍ୟା କରାଯାଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ଟାଉନ ଥାନା ପୋଲିସ ତଦନ୍ତ କରୁଛି । ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଲୁଟ୍ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.