ଯୁବକଙ୍କୁ ଖଣ୍ଡା ଦେଖାଇ ଉଠାଇନେଲେ ଦୁର୍ବୃତ୍ତ, CCTV ଫୁଟେଜ୍ ଆଧାରରେ ତଦନ୍ତ

Published By : Prameya-News7 Bureau | June 07, 2020 IST

ଭୁବନେଶ୍ବର ୭।୬: ଖଣ୍ଡା ଦେଖାଇ ଯୁବକଙ୍କୁ ଅପହରଣ । ଘରେ ପଶି ଜୋର ଜବରଦସ୍ତ ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍‌ ପ୍ଲାଜାରେ । ଏୟାରଫିଲ୍ଡ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ହାଇଟେକ୍‌ ପ୍ଲାଜାରେ ରହୁଥିବା ଜଣେ ଯୁବକଙ୍କୁ ୩ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଅପହରଣ କରିନେଇଛନ୍ତି । ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ଅପହୃତ ଯୁବକ ହେଉଛନ୍ତି କୈବଲ୍ୟ ପଟ୍ଟନାୟକ । ସେ ଠିକାଦାର ଭାବେ କାମ କରନ୍ତି ।

ତେବେ କୈବଲ୍ୟଙ୍କୁ କିଏ ଏବଂ କାହିଁକି ଅପହରଣ କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏୟାରଫିଲ୍ଡ ଥାନା ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । CCTV ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.