ବିଚ୍ ରାସ୍ତାରେ ବୋମାମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | October 18, 2019 IST

ଖୋର୍ଦ୍ଧା ୧୮|୧୦: ଖୋର୍ଦ୍ଧା ଡାଳତୋଳା ବଜାରରେ ବୋମାମାଡ ହୋଇଛି । ବିଚ୍ ରାସ୍ତାରେ ୩ଟି ବୋମା ମାଡ କରିଛନ୍ତି ଦୁର୍ବୃତ୍ତ । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୋମାମାଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ତେବେ ବୋମା ମାଜ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସେମାନଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.