ଭଞ୍ଜନଗରରେ ସିରିଜ୍ ବୋମାମାଡ ; ଦୁଇ ଆହତ

Published By : Prameya-News7 Bureau | February 08, 2019 IST

ଭଞ୍ଜନଗର ୮|୨: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ସିରିଜ୍ ବୋମାମାଡ ହୋଇଛି । ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ମୁଖ୍ୟ ରାସ୍ତା ଉପରେ ଲଗାତାର ୫ଟି ବୋମା ବିସ୍ଫୋରଣ କରି ଫେରାର ହୋଇଯାଇଛନ୍ତି । ବୋମାମାଡ ଯୋଗୁଁ ସ୍ଥାନୀୟ ବାଇକ୍ ସୋରୁମର ଗ୍ଲାସ୍ ଭାଙ୍ଗି ଯାଇଛି । ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଭଞ୍ଜନଗର ଏସ୍.ଡି.ପି.ଓ ପହଞ୍ଚି ତଦନ୍ତ କରିଛନ୍ତି । ଜନଗହଳି ସ୍ଥାନରେ ବୋମା ପକାଇ ଫେରାର ହେବା ଯୋଗୁଁ ଜନସାଧାରଣ ଭୟଭୀତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.