ସୁନା ଦୋକାନୀଙ୍କୁ ଗୁଳିମାଡ, ବନ୍ଧୁକ ପକାଇ ଛୁ ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 01, 2021 IST

ସୁନ୍ଦରଗଡ ୧।୩: ସୁନ୍ଦରଗଡ ବଡଗାଁ ଥାନା ଅଞ୍ଚଳରେ ଗୁଳିକାଣ୍ଡ । ବଡଗାଁ ପୋଷ୍ଟ ଅଫିସ ନିକଟରେ ଥିବା ସୁନା ଦୋକାନ ମାଲିକ ରୋହିତ ବର୍ମାଙ୍କୁ ଗୁଳିମାଡ ହୋଇଛି । ରୋହିତଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

{"id":416275,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଏ, ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା ଜୁଏଲାରୀର ମାଲିକ ରୋହିତ ବର୍ମା ସୋମବାର ନିଜ ଦୋକାନ ଖୋଲି ସାରିବା ପରେ ଦୋକାନ ବାହାରେ ଠିଆ ହୋଇଥିଲେ । ସେହି ସମୟରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ହଠାତ୍ ଗୁଳି ମାଡ କରିଥିଲେ । ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିବା  ଜଣାପଡିଛି ।

{"id":416276,"sizeSlug":"large","linkDestination":"none"}

ରୋହିତଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସରୋଜ ଦାଶ ନାମକ ଜଣେ ଯୁବକ ମଧ୍ୟ ଗୁଳିମାଡର ଶିକାର ହୋଇଛନ୍ତି। ଗୁଳିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ । ଗୁଳି ମାଡ ପରେ ଦୁର୍ବୃତ୍ତମାନେ ବନ୍ଧୁକ ପକାଇ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.