ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ

Published By : Prameya-News7 Bureau | March 18, 2019 IST

ବାଲିପାଟଣା ୧୮|୩ : ବାଲିପାଟଣାରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀ । ବାଲିପାଟଣା ଥାନା ଦେୱାନପାଟଣା ଗାଁର ଦୀପ୍ତି ରଂଜନ ସାହୁ ବ୍ୟବସାୟ ପାଇଁ ନିଆଳି ହାଟକୁ ଯାଇଥିଲେ । ନିଆଳି-ବନମାଳିପୁର ରାସ୍ତାରେ ଘରକୁ ଫେରୁଥିବା ବେଳେ ଆମଣାକୁଦ ଛକ ନିକଟରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୀପ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଦୀପ୍ତି ନଅଟକିବାରୁ ତାଙ୍କ ଉପରକୁ ସେମାନେ ଗୁଳିମାଡ କରିଥିଲେ । ଗୁଳିଟି ଦୀପ୍ତିଙ୍କ ଦେହରେ ବାଜିନଥିଲା । ଫଳରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଦୀପ୍ତି । ବାଲିପାଟଣା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.