୩ ଠିକାଦାରଙ୍କ ଉପରକୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 15, 2019 IST

କେନ୍ଦ୍ରାପଡା ୧୫|୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡା ପୋଲ ନିକଟରେ ଗତକାଲି ରାତିରେ ୩ଜଣ ଠିକାଦାରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳିମାଡ କରିଛନ୍ତି | ଗୁଳିମାଡରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି | ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିନୋଦ ସାହୁ ଓ ରାଜେଶ ମୁଦୁଲି | ବିନୋଦଙ୍କ ପେଟ ଓ ଛାତିରେ ଦୁଇଟି ଗୁଳି ବାଜିଥିବl ବେଳେ ରାଜେଶଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି |

{"id":144480}

ସୂଚନାଯୋଗ୍ୟ ଯେ, ଗତକାଲି ବିନୋଦ ସାହୁ, ରାଜେଶ ମୁଦୁଲି ଓ ରଞ୍ଜନ ଭୂୟାଁ ଏକ ବାଇକ୍ ଯୋଗେ ବଚ୍ଛରେଇ ଗାଁକୁ ଫେରୁଥିଲେ | କଳପଡା ପୋଲ ନିକଟରେ ୩ଜଣ ଦୁବୃର୍ତ୍ତ ବାଇକ୍ ଯୋଗେ ପଛପଟୁ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ | ଏହି ତିନି ଜଣ ବାଇକରୁ ପଡିଯିବା ପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଥିଲେ | ତେବେ ବ୍ୟବସାୟିକ ଶତ୍ରୁତା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି | ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି | ଅନ୍ୟପକ୍ଷରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.