ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 14, 2019 IST

ସୁନ୍ଦରଗଡ ୧୪|୮: ଝାରସୁଗୁଡା ତଲସରା ଥାନା ଅନ୍ତର୍ଗତ କୁରେଇ ଗାଁରେ ଗୁଳିକାଣ୍ଡ ଘଟିଛି । ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କୁରେଇ ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ପ୍ରଧାନଙ୍କ ସ୍ବାମୀ ହୃନ୍ଦାନନ୍ଦ ବାରିକଙ୍କୁ ଗୁଳିମାଡ ହୋଇଛି । ଗାଁ ଛକରୁ ଘରକୁ ଫେରୁଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ହୃଦାନନ୍ଦଙ୍କ ମୁଣ୍ଡରେ ଗୁଳି ବାଜିଛି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ହୃନ୍ଦାନନ୍ଦଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତା ବା ଠିକା କାମକୁ କେନ୍ଦ୍ର କରି ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ତଲସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ର ହସପିଟାଲ ଯାଇ ଗୁରୁତରଙ୍କୁ ଭେଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.