ଭଦ୍ରକ ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ପୋଲିସ ଉପରକୁ ଗୁଳିମାଡ ; ଅଳ୍ପକେ ବର୍ତ୍ତିଲେ ଥାନା ଅଧିକାରୀ ଓ ଏଏସଆଇ
14/11/2018 at 9:15 AM

ଭଦ୍ରକ ୧୪|୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ପୋଲିସ ଉପରକୁ ଗୁଳିମାଡ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଥାନା ଅଧିକାରୀ ଓ ଜଣେ ଏଏସଆଇ । ଗାଁରେ ଜଣଙ୍କ ଘରେ କିଛି ଡକାୟତ ଲୁଟପାଟ କରିବା ପାଇଁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା । ଡକାୟତଙ୍କୁ ଧରିବାକୁ ପୋଲିସ ଚଢାଉ କରିଥିବାବେଳେ ସେହି ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ପୋଲିସ ଜଣଙ୍କୁ କାବୁ କରିଥିବାବେଳେ ଆଉ ଦୁଇ ଜଣ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଫେରାର ଦୁଇ ଡକାୟତ ଗାଁ ଭିତରେ ଲୁଚି ରହିଥିବା ସନ୍ଦେହରେ ଗାଁରେ ପୋଲିସ ଛାଉଣୀ କରାଯାଇଛି ।
Related Posts
ହୁତୁ ହୁତୁ ହୋଇ ଜଳିଗଲା ଗଞ୍ଜେଇ ଭର୍ତ୍ତି ଗାଡି
20 January 2021
ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
20 January 2021