ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ

Published By : Prameya-News7 Bureau | March 01, 2021 IST

ଚଣ୍ଡିଖୋଲ ୧।୩: ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ଼ । ୧୬ ନମ୍ବର ଜାତୀୟ ରାଜପଥର ନେଳିଆଠାରେ ସ୍ଥାନୀୟ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀ ବ୍ୟାଙ୍କକୁ ଟଙ୍କା ନେଇ କାର୍ ରେ ଯାଉଥିଲେ । ଏହି ସମୟରେ ନେଳିଆ ଛକଠାରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । କାରରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ହାତରେ ଗୁଳି ବାଜିଛି । ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟଙ୍କା ସୁରକ୍ଷିତ ରହିଥିବା ବେଳେ ଆଉ ଦୁଇ ଜଣ ପେଟ୍ରୋଲ ପମ୍ପ୍ କର୍ମଚାରୀ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଯାଜପୁର ଅତିରିକ୍ତ ଏସପି, ଏସଡିପିଓ, ବୈରୀ ଥାନା ଅଧିକାରୀ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବୈରୀ ଠାରେ ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତମାନେ ବୋମା ମାଡ଼ କରି ଗିରଫ ହୋଇଥିଲେ । ତେବେ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.