ଘରର CCTVରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ, ମାଲିକଙ୍କୁ ମାଡ ମାରି ଗାଡି ପୋଡିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 03, 2020 IST

ଅନୁଗୋଳ ୩।୯: ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ । ଫଳରେ ଘର ମାଲିକଙ୍କୁ ମାଡ ମାରି ଗାଡି ପୋଡିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ବଲହର ଛକ ନିକଟରେ । ତେବେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ପରିବାର ଲୋକ ।

{"id":324294,"sizeSlug":"large"}

ସୂଚନା ଅନୁସାରେ, ସନ୍ଥପଡା ଗାଁର ବାବୁଲି ସାମଲ ବଲହର ଛକ ନିକଟରେ ଘର କରି ରହିଛନ୍ତି । ଉପର ମହଲାରେ ୪ ଜଣ ଭଡାଟିଆ ରହିଥିଲେ । ଘର ଆଗରେ ସିସିଟିଭି ଲାଗିଛି । ସେହି ରାସ୍ତାରେ କିଛି ଦୁର୍ବୃତ୍ତ ଜଣଙ୍କର ଏକ କୁକୁର ଚୋରି କରି ନେଇଥିଲେ । ତାର ଫୁଟେଜ ସିସିଟିଭିରେ କଏଦ ହୋଇଥିଲା । ଏହା ଜାଣିବା ପରେ ଘର ମାଲିକଙ୍କ ସହ ଝଗଡା କରି ଭୁଜାଲି ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ୍ତ । ଗାଡିକୁ ମଧୟ ଭଙ୍ଗାରୁଜା କରିଥିଲେ ।

{"id":324295,"sizeSlug":"large"}

ପୁଣି ବିଳମ୍ବିତ ରାତିରେ ଆସି ଦୁର୍ବୃତ୍ତମାନେ ଘର ବାହାରେ ଥିବା କାରକୁ ନିଆଁ ଲଗାଇ ଦେଇଥିଲେ । ଜୀବନ ବିକଳରେ ଘର ଲୋକ ପାଟି କରି ଘରୁ ବାହାରକୁ ପଳାଇ ଆସି ଜୀବନ ବଞ୍ଚାଇଛନ୍ତି । ଘର ମାଲିକ ଏ ସଂପର୍କରେ ତାଳଚେର ପୋଲିସକୁ ଖବର ଦେଇଥିଲେ ।

{"id":324297,"sizeSlug":"large"}

ଏବେ ଏହି ଅଞ୍ଚଳରେ ରାହାଯାନୀ, ଲୁଟପାଟ, ଚୋରି ବଢ଼ିବାରେ ଲାଗିଥିବାରୁ ଲୋକମାନେ ନିଜରୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.