ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 01, 2019 IST

ଅନୁଗୋଳ ୧|୧୧: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ହାଣ୍ଡିଧୂଆଁ ସ୍ଥିତ ପୈତୃକ ବାସଭବନରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ତାଳଚେର କୋଳିୟାରୀ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ବିଧାୟକଙ୍କ ଭାଇ କୋଲିୟାରୀ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

{"id":177761}

ତାଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆସି ତାଙ୍କ ବାପା ଶୋଇଥିବା ଘର ଝରକାରେ ଟାୟାର ଓ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ସୌଭାଗ୍ୟ ବଶତଃ ଟାୟାରଟି ପଡି ଯିବାରୁ ଝରକାଟିରେ ସାମାନ୍ୟ ନିଆଁ ଲାଗି ଯାଇଛି । ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଓ ଅଘଟଣରୁ ତାଙ୍କ ବାପା ରକ୍ଷା ପାଇଁ ଯାଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ରାଜନୈତିକ ଶତ୍ରୁତା କିମ୍ବା କୋଇଲା ମାଫିଆ ମାନେ ଉଦ୍ୟେଶ ମୂଳକ ଭାବେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.