ଅଙ୍ଗନବାଡ଼ି କେନ୍ଦ୍ରରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 11, 2019 IST

ନୀଳଗିରି ୧୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନସ୍ଥ ଧୋବଶିଳା  ପଂଚାୟତ ଅଧିନ ୧୧ ନମ୍ବର  ୱାର୍ଡ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ର ବିବାଦରେ ଥିବାବେଳେ ଦୀର୍ଘ ଦେଢ଼ ବର୍ଷ ଧରି ବନ୍ଦ ରହିଛି।

{"id":182240}

ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିବା ପରେ କର୍ମୀ ଓ ଗ୍ରାମବାସୀ ଦୁଇଟି ପୃଥକ ତାଲା ଝୁଲାଇଦେଇଥିଲେ। ଆଜି ସକାଳେ ଗ୍ରାମବାସୀ ଦେଖିବାବେଳକୁ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଦେଖିଥିଲେ।ଦମକଳ କେନ୍ଦ୍ରକୁ ଖବର ଦେବାକୁ ଫୋନ କରିବାରୁ ଏହା ଖରାପ ଥିଲା।ଏନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁସମୟ ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାବେଳକୁ ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା।ତେବେ ଆକ୍ରୋଶ କାରଣରୁ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଥିବା କୁହାଯାଇଛି।

{"id":182242}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.