Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପୂର୍ବ ଶତ୍ରୁତାରୁ ୪ ଯୁବକଙ୍କୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ, ମୃତ୍ୟୁ ସହ କରୁଛନ୍ତି ସଙ୍ଘର୍ଷ

9/03/2020 at 8:17 PM

ଜୟପୁର, ୦୯|୦୩:  ରାଜସ୍ଥାନର ବେକାନୀରରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୪ଜଣ ଯୁବକଙ୍କୁ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ନିଆଁରେ ଜଳି ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି।

ବିକାନୀର ଏସପି ପ୍ରଦୀପ କୁମାର ଶର୍ମାଙ୍କ କହିବାନୁସାରେ, ନୋଖା ଅଞ୍ଚଳର ୪ଜଣ ଯୁବକ ଏକ ଜିପରେ ଯାଉଥିଲେ। ସେହି ସମୟରେ ୭ରୁ ୮ଜଣ ଦୁର୍ବୃତ୍ତ ସେମାନଙ୍କ ଜିପକୁ ଅଟକାଇଥିଲେ। ପରେ ଜିପ ଓ ସେମାନଙ୍କ ଉପରକୁ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇଦେଇଥିଲେ। 4ଜଣଙ୍କ ମଦ୍ୟରୁ ଶାନ୍ତି ଲାଲ ଓ ଅଜିତ ସିଂ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ପୂର୍ବ ଶତ୍ରୁରାରେ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସେ ଆହୁରି କହିଛନ୍ତି ଯେ, ଅଜିତ ସିଂ ଓ ଅନ୍ୟ କିଛି ଲୋକ ନୋଖା ନିକଟବର୍ତ୍ତୀ ଉଗମସର ଗ୍ରାମରେ ଜଣେ ଯୁବକଙ୍କୁ ମାଡ ମାରିଥିଲେ। ଏହା ତାହାର ପରିଣାମ ହୋଇଥାଇପାରେ।ତେବେ ସେମାନେ କେଉଁ କାରଣଙ୍କୁ ବ୍ୟକ୍ତିଙ୍କୁ ମାଡ ମାରିଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଦୁର୍ବୃତ୍ତଙ୍କ ମଧ୍ୟରୁ ୪ଜଣଙ୍କ ପରିଚୟ ମିଳିଛି।  

   Related Posts