ଯୁବକଙ୍କ ହାତ ଓ ଗୋଡ ହାଣିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 15, 2019 IST

ଡେଲାଙ୍ଗ ୧୫।୧୧: ଯୁବକଙ୍କ ଗୋଡ ହାତ ହାଣିଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା କଣାସ ବ୍ଲକ ମନ୍ଦାରବସ୍ତ ବଜାରରେ ସକାଳୁ ସକାଳୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅତି ନିର୍ମମ ଭାବେ ଜଣଙ୍କ ଗୋଡ ହାତ ହାଣି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଯିବାବେଳେ ଲୋକଙ୍କୁ ଭୟଭୀତ କରିବାକୁ ଫାଙ୍କା ଗୁଳି ଚଳାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗୁରୁତର ଜଣକ ହେଲେ କଣାସ ଥାନା ଛୋଟିପୋଡି ଗାଁର ନୀଳକଣ୍ଠ ଛୁଆଳସିଂ ।

{"id":184393,"sizeSlug":"large"}

ସୂଚନା ଯୋଗ୍ୟ ଯେ, ନୀଳକଣ୍ଠ ସକାଳୁ ସକାଳୁ ମନ୍ଦାର ବସ୍ତ ବଜାରକୁ ଚା’ ପିଇବାକୁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ l କେହି କିଛି ବୁଝିବା ଆଗରୁ ମରଣାସ୍ତ୍ରରେ ଗୋଡ଼,  ହାତ, ପାପୁଲିକୁ  ହାଣି ପକାଇଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ମେଡିକାଲକୁ ନିଆଯାଇଛି l ଘଟଣାସ୍ଥଳରେ କଣାସ ପୋଲିସ ତଦନ୍ତ ଜାରି ରଖିଛି ।

{"id":184395,"sizeSlug":"large"}

ଗତ ପଂଚାୟତ ନିର୍ବାଚନରେ ନୀଳକଣ୍ଠ ସରପଞ୍ଚ ପ୍ରାର୍ଥୀ ଥିଲେ l ରାଜନୈତିକ ଶତ୍ରୁତାରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.