ପୁଣି ମାତିଲେ ଏଟିଏମ୍ ଲୁଟେରା ; ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟ୍

Published By : Prameya-News7 Bureau | February 08, 2019 IST

ସାଲେପୁର ୮|୨: ଏଟିଏମ୍ ଭାଙ୍ଗି ଲୁଟ୍ କଲେ ଲୁଟେରା । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ବଜାରରେ ଥିବା ଏସବିଆଇ ଏଟିଏମକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି । ଆଜି ସକାଳେ ରାଇସୁଙ୍ଗୁଡା ବଜାରରେ ଥିବା ଦେକାନ ଖୋଲିବାକୁ ବ୍ୟବସାୟୀ ଆସିବା ବେଳେ ଏଟିଏମ ଭାଙ୍ଗା ଯାଇଥିବା ଦେଖିଥିଲେ । ଏ ନେଇ ସ୍ଥାନୀୟ ଲୋକ ସାଲେପୁର ଥାନାକୁ ଖବର ଦେଇଛନ୍ତି । ବ୍ୟାଙ୍କ ଅଧିକାରୀ ଓ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଜଣା ପଡ଼ିବ କେତେ ଟଙ୍କା ଲୁଟ୍ ହୋଇଛି ନା ଖାଲି ଏଟିଏମ୍ ଭଙ୍ଗା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.