Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଚେନ୍ ଲୁଟ୍ ପଡିଲା ମହଙ୍ଗା, ଧରାପଡି ଛେଚା ଖାଇଲେ ଦୁଇ ଯୁବକ

22/07/2020 at 10:07 AM

ଜଳେଶ୍ବର ୨୨।୭: ଭୁଜାଲି ଦେଖାଇ ଚେନ୍ ଲୁଟି ନେବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକରେ ।

ସୂଚନାଯୋଗ୍ୟ ଯେ, ନବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସାଧନ ଦାସଅଧିକାରୀ  ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଏକ ବାଇକରେ ପିଛା କରିଥିଲେ । ତେବେ ଦୁଇ ଜଣ ତାଙ୍କ ସ୍କୁଟି ଅଟକାଇ ଧକ୍କା ମାରି ଚେନ ଛିଡାଇଥିଲେ । ତେବେ ଅଧ୍ୟାପିକା ଜଣକ ଚିତ୍କାର କରିବାରୁ  ସ୍ଥାନୀୟ ଲୋକେ  ଦୁଇ ଯୁବକଙ୍କୁ ଧରି ବାନ୍ଧି ନିର୍ଧୁମ ଛେଚିଥିଲେ । ତେବେ ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି । ଦୁଇ ଯୁବକ ହେଉଛନ୍ତି ବାଲେଶ୍ଵର ହଳଦୀପଦା ଅଞ୍ଚଳର ରଞ୍ଜନ ପରିଡା ଏବଂ ରବି ନାଏକ । ତେବେ ଏହି ଦୁଇ ଜଣଙ୍କ ନାଁରେ ଜାତୀୟ ରାଜପଥ ଲୁଟ୍ ନେଇ ବିଭିନ୍ନ ଥାନାରେ ଅଭିଯୋଗ ରହିଛି ।

   Related Posts