ଟ୍ରାକ୍ଟର ଚୋରିକରି ନେଉଥିଲେ ଚୋର, ଧରାପଡି ନିର୍ଧୁମ ଛେଚା ଖାଇଲେ

Published By : Prameya-News7 Bureau | December 21, 2019 IST

ବାଲିପାଟଣା ୨୧।୧୨: ଚୋରି କରି ଲୋକଙ୍କ ହାତରେ ଧରା ଛେଚା ଖାଇଲା ଚୋର | ଏକ ଟ୍ରାକ୍ଟର ଚୋରି କରି ନେଉଥିଲେ ଏକାଧିକ ଚୋର । ଘଟଣା ଘଟିଛି ବାଲିପାଟଣା ଥାନା ତୁରନ୍ତିରା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ତୁରିନ୍ତିରା ଗ୍ରାମର ଅଶୋକ କୁମାର ସାହୁଙ୍କ ଟ୍ରାକ୍ଟରକୁ ୩ ଜଣ ଚୋର ବିଳମ୍ବିତ ରାତିରେ ଚୋରିକରି ନେଉଯାଉଥିଲେ । ଟ୍ରାକ୍ଟର ଶବ୍ଦରେ ଜଣେ ଲୋକ ଉଠି ପଡ଼ିଥିଲେ ଏବଂ ଟ୍ରାକ୍ଟର ଚୋରି ହୋଇଥିବା ଜାଣିପାରିଥିଲେ । ପରେ ଗ୍ରାମର କିଛି ଲୋକ ଚୋରକୁ ପିଛା କରି ଅଠାନ୍ତର ଛକରେ ଅଟକାଇଥିରେ ।

ଘଟଣାସ୍ଥଳରୁ ଦୁଇ ଜଣ ଚୋର ଖସିଯିବାକୁ ସଫଳ ହୋଇଥିଲେ । ଅନ୍ୟ ଜଣେ ପୋଖରୀ ମଧ୍ୟକୁ ଡେଇଁ ପଡିବାରୁ ତାକୁ କାବୁ କରିଥିଲେ ଲୋକମାନେ । ଚୋରକୁ ଆଣି ଏକ ଗଛରେ ବାନ୍ଧି ନିର୍ଧୁମ ପିଟିଥିଲେ ଗ୍ରାମବାସୀ । ପରେ ପୋଲିସକୁ ଏ ନେଇ ଖବର ଦେଇଥିଲେ । ଘଟଣାସ୍ଥଳରୁ ଚୋରକୁ ଉଦ୍ଧାର କରି ବାଲିପାଟଣା ଥାନାରେ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.