ଖୋର୍ଦ୍ଧା ବାଘମାରୀ ଛକ ନିକଟ ଏସବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ

Published By : Prameya-News7 Bureau | October 31, 2018 IST

ଖୋର୍ଦ୍ଧା ୩୧|୧୦:  ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି । ଖୋର୍ଦ୍ଧା ବାଘମାରୀ ଛକ ନିକଟରେ ଥିବା ଏସବିଆଇ ଏଟିଏମ୍‌ ଭଙ୍ଗାରୁଜା ହୋଇଛି । ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ସନ୍ଦେହ କରାଯାଉଛି । ଏଟିଏମ୍‌ରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଖୋର୍ଦ୍ଧା ଟାଉନ ପୋଲିସ୍ ଏଟିଏମ୍‌କୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ଜଣାପଡିବ କି ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.