ଘରୁ ଲୁଟ୍ କରିବା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଲୁଟେରାକୁ କାମୁଡି କ୍ଷତାକ୍ତ କଲେ ମହିଳା
3/11/2019 at 12:01 PM

ନିଶ୍ଚିନ୍ତକୋଇଲି ୩।୧୧: ଘରୁ ଟଙ୍କା ସୁନା ଲୁଟ୍ କରିବା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଲୁଟେରା । ମାହାଙ୍ଗା କୁମୁଡା ଜୟପୁର ଫାଣ୍ଡି ଅନ୍ତର୍ଗତ ମଧୁପୁର ପଞ୍ଚାୟତ ଘିସୁଆଁ ଗ୍ରାମର ଜଣଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ସେହି ଗ୍ରାମର ଜଣେ ଯୁବକ ପଶି ସୁନା ଗହଣା ଓ ଟଙ୍କା ଲୁଟ୍ କରିବା ସହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ମାହାଙ୍ଗା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ମହିଳା ଜଣକ ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ଅଭିଯୁକ୍ତକୁ କାମୁଡି ରକ୍ତାକ୍ତ କରିବା ସହ ଚିତ୍କାର କରିବାରୁ ଲୁଟେରା ତାର ପିନ୍ଧା ଗାମୁଛାକୁ ଛାଡି ଉଲଗ୍ନ ହୋଇ ଦୌଡ଼ି ପଳାଇଯିବା ଜଣାପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ସଂକ୍ରମିତ
19 April 2021