ବ୍ରହ୍ମପୁରରେ ଲୁଟେରାଙ୍କ ଆତଙ୍କ ରାଜ୍ ; ଦିନ ଦ୍ବିପ୍ରହରରେ ଲୁଟ୍ ଉଦ୍ୟମ

Published By : Prameya-News7 Bureau | January 29, 2019 IST

ବ୍ରହ୍ମପୁର ୨୯|୧: ବ୍ରହ୍ମପୁରରେ ଲୁଟେରାଙ୍କ ଆତଙ୍କ ରାଜ୍ । ଦିନ ଦ୍ବିପ୍ରହରରେ ଲୁଟ୍ ଉଦ୍ୟମ । ସହରର ରଜନୀ ପ୍ରଭା ରାଜଗୁରୁ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟ୍ କରିବାକୁ ଉଦ୍ୟମ କରିଥିଲେ ଲୁଟେରା ଗ୍ୟାଙ୍ଗ। ପୋଲିସର ପରିଚୟ ଦେଇ ବେକରୁ ସୁନା ଅଳଙ୍କାର ବାହାର କରିବାକୁ କହିଥିଲେ। ଆଗରେ ଡକାୟତି ଗ୍ୟାଙ୍ଗ୍ ଲୁଟ୍ କରୁଛନ୍ତି ତୁରନ୍ତ ଅଳଙ୍କାର ବାହାର କରନ୍ତୁ ବୋଲି କହିଥିଲେ। ପୋଲିସ ପରିଚୟ ପତ୍ର ଦେଖାଇ କହିବାରୁ ମହିଳା ଜଣକ ବିଶ୍ବାସ କରି ସୁନା ଅଳଙ୍କାର ବାହାର କରିଥିଲେ। ଲୁଟେରା ଗ୍ୟାଙ୍ଗ୍ ଅଳଙ୍କାର ନେଇ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣକ ପାଟି କରିବାରୁ ସୁନା ଅଳଙ୍କାର ଫୋପାଡି ଉଭାନ୍ ହୋଇଯାଇଥିଲେ। ଘଟଣାସ୍ଥଳରେ ବୈଦ୍ୟନାଥପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସିସିଟିଭି ଭିଜୁଆଲ୍ କୁ ଆଧାର କରି ପୋଲିସ୍ ଘଟଣାର ତଦନ୍ତ କରୁଛି। ୨୦୧୮ ଅଗଷ୍ଟ ମାସ ୧୨ ତାରିଖରେ ବ୍ରହ୍ମପୁର ସହରର ସରକାରୀ  ମହିଳା କଲେଜ ଛାତ୍ରୀବାସ ନିକଟରୁ ସକାଳ ସମୟରେ ଆଇନଜୀବୀ କାମନା ପାଢୀଙ୍କ ସ୍ତ୍ରୀ ସଂଯୁକ୍ତା ପାଢୀଙ୍କ ବେକରୁ ସମାନ ଡଙ୍ଗରେ ୨୫ ଭରି ସୁନା ଅଳଙ୍କାର ଲୁଟି ନେଇଥିବା ନଜିର ରହିଛି। ସେହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଧରିବାରେ ସଫଳ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.