Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାଜନଗର ଉପ-ଡାକଘରୁ ଲୁଟ୍ ଉଦ୍ୟମ

18/06/2019 at 3:04 PM

ପାଟଣା ୧୮|୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଉପ-ଡ଼ାକଘରୁ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଡାକ ଘର ତାଲା ଭାଙ୍ଗି ଭିତରେ ପଶି ଟଙ୍କା ଥିବା ଆଇରନ ଚେସକୁ ଭଙ୍ଗାରୁଜା କରିବା ସହିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏଣେତେଣେ ପକାଇବା ସହିତ କମ୍ପ୍ୟୁଟର ଓ ଫ୍ୟାନ୍ ଭଙ୍ଗାରୁଜା କରିଛନ୍ତି । ସକାଳୁ ଉପ-ଡାକଘରର ପୋଷ୍ଟ ମାଷ୍ଟର ପୋଷ୍ଟ ଅଫିସ ଖୋଲିବାକୁ ଆସିଥିବା ସମୟରେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ  । ଏହା ସହିତ ଚାବି ଭଙ୍ଗାଯାଇ ତଳେ ପଡିବା ସହିତ ଅଫିସ ଭିତରେ ଥିବା କାଗଜ ପତ୍ର ଆଇରନ ଚେସ୍ ଓ ଟେବୁଲ ଫ୍ୟାନ୍ କମ୍ପ୍ୟୁଟର ଆଦି ଏପଟେ ସେପଟେ ପଡିଥିବା ଦେଖିବାକୁ ପାଇଥିଲେ ।  ଏ ନେଇ ଉପ-ଡାକଘରର ପୋଷ୍ଟମାଷ୍ଟର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।

   Related Posts