ଆଇଡିବିଆଇ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ, କ୍ୟାସ୍ ବକ୍ସ ଭାଙ୍ଗିବାରେ ଦୁର୍ବୃତ୍ତ ବିଫଳ

Published By : Prameya-News7 Bureau | June 27, 2019 IST

ଜୟପୁର ୨୭|୬: ଜୟପୁର ଗାନ୍ଧି ଛକଠାରେ ଥିବା ଆଇଡିବିଆଇ ବ୍ୟାଙ୍କ୍ ଏଟିଏମରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । କ୍ୟାସ୍ ବକ୍ସକୁ ଭାଙ୍ଗିବାରେ ବିଫଳ ଏଟିଏମ ମେସିନ୍ ଭଙ୍ଗାରୁଜା କରିଛନ୍ତି ଲୁଟେରା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଜୟପୁର ଟାଉନ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିବା ବେଳେ ଦୁର୍ବୃତ୍ତମାନେ ଏଟିଏମ ଭିତରେ ଥିବା କ୍ୟାସ୍ ବକ୍ସକୁ ଭାଙ୍ଗି ପାରି ନାହାଁନ୍ତି । ଫଳରେ ଏଟିଏମ ମେସିନକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.