ଦୁର୍ବୃତ୍ତଙ୍କ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ, ଭାଙ୍ଗିଦେଲେ ଏଟିଏମ୍ ମେସିନ୍
6/02/2020 at 10:06 AM

କାମାକ୍ଷାନଗର ୬।୨: ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ । କାମାକ୍ଷାନଗର ସହର ମହାବୀର ବଜାର ସ୍ଥିତ କାନାରା ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମରେ ବିଫଳ ହେବା କାରଣରୁ ଏଟିଏମ୍ ମେସିନ୍କୁ ଭାଙ୍ଗି ଦେଇଛନ୍ତି ।

ଆଜି ସକାଳେ ଲୋକ ଟଙ୍କା ଉଠାଇବାକୁ ଯିବାବେଳେ ଏଟିଏମ୍ ମେସିନ୍ ଭାଙ୍ଗି ଥିବାର ଦେଖିଥିଲେ । ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ବ୍ୟାଙ୍କ୍ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଏଟିଏମ୍ରୁ ପଇସା ନେଇପାରିନଥିବା ବ୍ୟାଙ୍କ୍ର କର୍ମଚାରୀ କହିଛନ୍ତି । କିନ୍ତୁ ୧୦ଟା ବେଳେ ବ୍ୟାଙ୍କ୍ ଖୋଲିବା ପରେ ହାର୍ଡ ଡିକ୍ସ ଯାଞ୍ଚ କଲା ପରେ ସବୁ ଜଣାପଡିବ ବୋଲି ପୋଲିସ କହିଛି ।
Related Posts
ଭଦ୍ରକ ବାର୍ ଆସୋସିଏସନ ପକ୍ଷରୁ ବାର୍ଷିକ ସମାରୋହ ପାଳିତ
28 February 2021