ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କଲେ ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | June 18, 2021 IST

ବାଲିପାଟଣା ୧୮।୬: ବାଲିପାଟଣା ଥାନା ମଝିହରାଠାରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ହୋଇଛି । ଦୁଇ ଲୁଟେରାଙ୍କର ଭିଜୁଆଲ ବ୍ୟାଙ୍କ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

{"id":467786,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମଝିହରା ଶାଖାର ଏକ ଝରକା ତାଡି ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା । ସିସିଟିଭିରେ ଭିଜୁଆଲ୍ କଏଦ ହେବା ଆଶଙ୍କାରେ ଲୁଟେରାମାନେ ବ୍ୟାଙ୍କ ପରିସରରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦେଇଛନ୍ତି । ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ ର କବାଟ ତାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ବ୍ୟାଙ୍କର ଏକ ସର୍ଭର ( କମ୍ପ୍ୟୁଟର)କୁ ନେଇ ଯାଇଛନ୍ତି ଲୁଟେରା । ଶୁକ୍ରବାର ସକାଳ ୯ଟାରେ ବ୍ୟାଙ୍କ ଖୋଲିବା ପାଇଁ କର୍ମଚାରୀମାନେ ପହଞ୍ଚିବା ପରେ ଲୁଟ୍ ଉଦ୍ୟମ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଖବର ପାଇ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.