ATM ଲୁଟ୍ ଉଦ୍ୟମ ପଣ୍ଡ, ସଟର କାଟିବାକୁ ଚେଷ୍ଟା କଲାବେଳେ ପହଞ୍ଚିଗଲେ ଲୋକ

Published By : Prameya-News7 Bureau | October 02, 2021 IST

ରାଉରକେଲା ୨।୧୦: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । ସୁନ୍ଦରଗଡ କୁତ୍ରା ବଜାରରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ୍ ଉଦ୍ୟମ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଲୁଟେରା ଚମ୍ପଟ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ କୁତ୍ରା ବଜାରରେ ଥିବା ଏସବିଆଇ ଏଟିଏମ୍ ରେ ସୁରକ୍ଷାକର୍ମୀ ବ୍ୟବସ୍ଥା ନଥିବାରୁ ସବୁଦିନ ପରି ଶୁକ୍ରବାର ରାତି ୮ଟାରେ ଏଟିଏମ୍ ସଟର ବନ୍ଦ କରାଯାଇଥିଲା । ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଲୁଟେରା ଆସି ସଟର କାଟି ଲୁଟ୍ କରିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.