Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ମେସିନ୍ ଭାଙ୍ଗି ଲୁଟ୍ ଉଦ୍ୟମ

2/02/2019 at 9:32 AM

କେନ୍ଦୁଝର ୨|୨: କେନ୍ଦୁଝର ତୁରୁମୁଙ୍ଗା ଥାନା ଖିରିଇଟାଙ୍ଗିରି ସ୍ଥିତ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି । ବିଲମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁ୍ଟ‌୍ ହୋଇଥିବା ଜଣାପଡିଛି । ଆଜି ସକାଳୁ ସ୍ଥାନୀୟ ଲୋକ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଆସିଥିବା ବେଳେ ଏଟିଏମ୍‌ର ମେସିନ୍ ଭାଙ୍ଗି ଥିବା ଦେଖିଥିଲେ । ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ସନ୍ଦେହରେ ପୋଲିସକୁ ଖବର ଦେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ନଥିବା ଜଣାପଡିଛି।

   Related Posts