ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ପୋଲିସକୁ ଦେଖି ଖସିପଳାଇଲେ ଲୁଟେରା
2/07/2019 at 11:38 AM

ଜଗତସିଂହପୁର ୨|୭: ଜଗତସିଂହପୁରରେ ଲୁଟେରାଙ୍କ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ସହର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଏଟିଏମ ଭାଙ୍ଗି ଲୁଟ୍ ୪ ଜଣ ଲୁଟେରା ଲୁଟ୍ ଉଦ୍ୟମ କରୁଥିଲେ । ଏଠାରେ ଲୁଟ୍ ହେବା ନେଇ ସିସିଟିଭି ଆଧାରରେ ମୁମ୍ବାଇ ହେଡ କ୍ବାର୍ଟରରୁ ଜଗତସିଂହପୁର ପୋଲିସକୁ ଫୋନ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଲୁଟେରା ଖସିପଳାଇଛନ୍ତି ।
ତେବେ ଜଗତସିଂହପୁର ପୋଲିସ ଏ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ ।
Related Posts
ସ୍କୁଟି ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ, ଜଣେ ଗୁରୁତର
16 April 2021