ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରେ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ; ଦୁଇ ଦୁର୍ବୃତ୍ତ ଅଟକ

Published By : Prameya-News7 Bureau | November 22, 2018 IST

ଭଦ୍ରକ ୨୨|୧୧:  ଅଧ ରାତିରେ ଏସବିଆଇ ଏଟିଏମ  ଭାଙ୍ଗିଲେ ଦୁର୍ବୃତ୍ତ । ଭଣ୍ଡାରିପୋଖରୀ  ଥାନା ମାଳଦା ବଜାରରେ ଥିବା ଏସବିଆଇ ଏଟିଏମରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗୁଥିବାବେଳେ ସ୍ଥାନୀୟ ଲୋକେ ୨ ଜଣଙ୍କୁ କାବୁ କରିଛନ୍ତି ।  ଯୁବକଙ୍କୁ  ନିର୍ଧୁମ ଛେଚିବା ସହ  ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଏଟିଏମରୁ ଟଙ୍କା ଚୋରି ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ । ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ମାରୁତି କାର୍ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.