ଏଟିଏମ୍ ସହ ଦୋକାନରୁ ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତ

Published By : Prameya-News7 Bureau | November 23, 2019 IST

ନବରଙ୍ଗପୁର ୨୩।୧୧: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଗୋଟିଏ ରାତିରେ ଦୁଇଟି ଦୁଇଟି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପାପଡାହାଣ୍ଡି ସହର ମଧ୍ୟରେ ଥିବା ଆନ୍ଧ୍ରବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ ।

{"id":188551,"sizeSlug":"large"}

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପାପଡାହାଣ୍ଡି ଏଟିଏମର କବାଟ ଭାଙ୍ଗି  ମେସିନ୍ ଭାଙ୍ଗିଥିବା ସୂଚନା ମିଳିଛି । ଏଟିଏମରେ ମେସିନ୍ ଭଙ୍ଗାଯାଇଥିବାବେଳେ ଟଙ୍କା ଲୁଟ୍ ହୋଇନଥିବା  ଜଣାପଡିଛି । ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି । ଏଟିଏମରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତ ମାନଙ୍କ ସଂପର୍କରେ ସଠିକ୍ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି । 

{"id":188552,"sizeSlug":"large"}

ଅନ୍ୟପଟେ ସହରରେ ଥିବା ଏକ ଲୁଗା ଦୋକାନରୁ ମଧ୍ୟ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ କପଡା ଦୋକାନର କବାଟରେ ଥିବା ତାଲା ଭାଙ୍ଗି ଦେଇଛନ୍ତି । ଦୋକାନରୁ କୌଣସି ଚୋରି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.