Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ଉଦ୍ୟମ : ଖସିଗଲେ ଦୁଇ, ଧରାପଡିଲା ଜଣେ

21/01/2021 at 3:35 PM

ଭୁବନେଶ୍ବର ୨୧।୧: ସ୍ପଷ୍ଟ ଦିବାଲୋକରେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି ଅଢେଇ ଲକ୍ଷ ଲୁଟ୍ ଉଦ୍ୟମ । ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ-ରାଜପଥର ବଡଝରିଲୋଠାରେ ଲୁଟ୍‌ ଉଦ୍ୟମ କରିଛନ୍ତି ଲୁଟେରା । ଲୁଟ୍ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଜଣେ ଲୁଟେରା ଧରାପଡିଛି । ଲୁଟେରାକୁ କଟକ ସଦର ଥାନାକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ ଯେ, ଅଟୋଟି କୋଣାର୍କ ଜୁନାଇରୁ କଟକ ମାଲଗୋଦାମ ଯାଉଥିବା ବେଳେ ଚାଳକ ଆକ୍ରମଣର ଶିକାର ହୋଇଛନ୍ତି । ହୋଲସେଲର ତ୍ରିଲୋଚନ ସାହୁ  ଓ ଅରୁଣ ସାହୁ ଟଙ୍କା ନେଇ ଜିନିଷ କିଣିବାକୁ ଯାଉଥିବା ବେଳେ ଏକ ଆପାଚି  ମୋଟର ସାଇକେଲରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ।

କଟକ ସଦର ଥାନା ଅନ୍ତର୍ଗତ ବଡ଼ ଝରିଲାଠାରେ ଅଟକାଇ ଆକ୍ରମଣ କରି ଟଙ୍କା ଲୁଟ୍ ଉଦ୍ୟମ କରି ଦୁଇ ଜଣ ଖସି  ପଳାଇବାରେ ସକ୍ଷମ ହୋଇଥିବା ବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟଲୋକ । ଲୁଟେରାକୁ ଧରି ସଦର ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ ।

   Related Posts