ଚା' ଦୋକାନୀଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ ! ଦେହରେ ପେଟ୍ରୋଲ ଢାଳିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 21, 2020 IST

ଜୟପୁର ୨୧।୧୧: ଚା' ଦୋକାନୀଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ ଅଭିଯୋଗ । ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଚା' ଦୋକାନୀଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭନ୍ନ ସ୍ଥାନରେ ପୋଡିଯାଇଥିବା ଜଣାପଡିଛି । ଗୁରୁତର ହେଲେ କୋରାପୁଟ ମେଡିକାଲ ପରିସରରେ ଚା' ଦୋକାନ କରିଥିବା ଟୁକୁ ପଣ୍ଡା ।

ଗତ ୧୭ ତାରିଖ ରାତିରେ କୋରାପୁଟ-ଜୟପୁର ରାସ୍ତାର କଫି ନର୍ସରୀ ନିକଟରୁ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ସୁନାବେଡା ହାଟପଦା ନିକଟରେ ଦେହରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । କୋରାପୁଟ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.