ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରେ ପୁଣି ଥରେ ପୂଜାରୀଙ୍କୁ ଗୁଳି କଲେ ଦୁର୍ବୃତ୍ତ : ସମ୍ପତ୍ତି ବିବାଦକୁ ନେଇ ଆକ୍ରମଣ

Published By : Prameya-News7 Bureau | October 11, 2020 IST

ଗୋଣ୍ଡା ୧୧/୧୦: ରାଜସ୍ଥାନ ପରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ଗୋଣ୍ଡାରେ ରାମ ଜାନକୀ ମନ୍ଦିରର ପୂଜାରୀ ସମ୍ରାଟ ଦାସଙ୍କୁ ଶନିବାର ରାତିରେ ଗୁଳି କରି ଦିଆଯାଇଛି। ଡାକ୍ତରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ସ୍ଥାନାନ୍ତର କରି ଦେଇଛନ୍ତି। ,ହି ଘଟଣାଟି ଘଟିଛି ଇଟିୟାଥୋକ ଥାନା ଅନ୍ତର୍ଗତ ତିରେ ମନୋରମ ଅଞ୍ଚଳର।

କୁହାଯାଉଛି ଯେ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ପଶି ପୂଜାରୀଙ୍କୁ ଗୁଳି କରିଛନ୍ତି। ମହନ୍ତ ସମ୍ରାଟ ଦାସଙ୍କ ଉପରେ ସମ୍ପତ୍ତି ବିବାଦ ପାଇଁ ଆକ୍ରମଣ କରାଯାଇଛି। ଏହାକୁ ନେଇ ତାଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ରାମ ଜାନକୀ ମନ୍ଦିରର ମନୋରମ ଉଦଗମ ସ୍ଥଳର ପୂଜାରୀଙ୍କୁ ଗୁଳି କରିଛନ୍ତି। ସୂଚନା ଅନୁସାରେ ରାମବିଳାସ ବେଦାନ୍ତି ମଠର ସଂରକ୍ଷକ। ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ପଶି ମହନ୍ତଙ୍କୁ ଗୁଳି କରିଛନ୍ତି। ସୁରକ୍ଷା ନାଁରେ ହୋମଗାର୍ଡ଼ଙ୍କୁ ସେଠାରେ ମୁତୟନ କରାଯାଇଥିଲା।

ଗୁଳି ଲାଗିବାରୁ ମହନ୍ତ ସମ୍ରାଟ ଦାସଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। କୁହାଯାଉଛି ଯେ ମନ୍ଦିରର ଜାଗାରେ ଜମି ମାଫିଆଙ୍କ ନଜର ଥିଲା। ପ୍ରଧାନ ଅମର ସିଂହ ସମେତ ଅନେକ ଲୋକଙ୍କ ବିରୋଧରେ ମହନ୍ତ ଆକ୍ରମଣ କରିବାର ଅଭିଯୋଗ କରିଛନ୍ତି। ପୋଲିସ୍ ମାମଲାର ତଦନ୍ତ କରୁଛି। ପୋଲିସ୍ ଆକ୍ରମଣକାରୀଙ୍କୁ ଖୋଜୁଛି।

ଗୋଣ୍ଡା ଭଳି ରାଜସ୍ଥାନର କରୌଲି​‌ରେ ସମ୍ପତ୍ତି ବିବାଦକୁ ନେଇ ପୂଜାରୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଥିଲା ଯେଉଁଥିରେ ସାଧୁଙ୍କ ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.