ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ ଟଙ୍କା

Published By : Prameya-News7 Bureau | January 05, 2020 IST

ଢେଙ୍କାନାଳ ୫।୧: ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ସେଣ୍ଡ୍ରମ୍ ମାଇକ୍ରୋ କ୍ରେଡିଟ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି । କମ୍ପାନୀ ମ୍ୟାନେଜରଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ୬ ଜଣ ଡକାୟତ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଲାପଟପ, ମୋବାଇଲ ଲୁଟି ନେଇଥିବା ଜଣାପଡିଛି ।

{"id":207037,"sizeSlug":"large"}

ଡକାୟତଙ୍କ ଆକ୍ରମଣରେ ମ୍ୟାନେଜରଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କମ୍ପାନୀରୁ ଲୁଟ୍ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.